ଗାୟିକା ଶ୍ରେୟା ଘୋଷାଲ୍ ଜଲ୍‌ଦି ମା’ ହେବେ; ବେବି ବମ୍ପ୍ ଦେଖାଇ ଶେୟାର୍ କଲେ ଫଟୋ

ବଲିଉଡ ଗାୟିକା ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍ ଶୀଘ୍ର ଆସୁଛି ଖୁସି । ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସାଧାରଣତଃ ଚୁପ୍ ରହୁଥିବା ଶ୍ରେୟା ନିଜ ଗାୟିକା ଜୀବନ ବିଷୟରେ ଅନେକ ସମୟରେ ଚର୍ଚ୍ଚାରେ ରହନ୍ତି ।କିନ୍ତୁ ଏଥର ଶ୍ରେୟା ସୋସିଆଲ୍‌ ମିଡି଼ଆରେ ବେବି ବମ୍ପ୍‌ ଦେଖାଇ ଏକ ଫଟୋ ଶେୟାର୍‌ କରି ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି । 

shreya-ghosala-baby-bump
Sherya Ghosal

ଶ୍ରେୟା ଘୋଷାଲ୍‌ ଓ ତାଙ୍କ ସ୍ୱାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ପ୍ରଥମ ଥର ପିତାମାତା ହେବାକୁ ଯାଉଛନ୍ତି ।ଇନଷ୍ଟାଗ୍ରାମରେ ନିଜର ବେବି ବମ୍ପ୍‌ ଥିବା ଫଟୋ ଶେୟାର କରି ଶ୍ରେୟା ଘୋଷାଲ ଲେଖିଛନ୍ତି, ‘‘ଶିଶୁ ଶ୍ରେୟାଦିତ୍ୟ ନିଜ ରାସ୍ତାରେ ଅଛି! ଶିଳାଦିତ୍ୟ ମୁଖୋପାଧ୍ୟାୟ ଓ ମୁଁ ଏହି ଖବର ଆପଣମାନଙ୍କ ସହ ଶେୟାର୍‌ କରି ଅତି ଆନନ୍ଦିତ ।‘‘ଆପଣମାନଙ୍କ ପ୍ରେମ ଓ ଆଶୀର୍ବାଦ ଆବଶ୍ୟକ କାରଣ ଆମେ ଆମ ଜୀବନର ଏହି ନୂଆ ଅଧ୍ୟାୟ ପାଇଁ ନିଜକୁ ପ୍ରସ୍ତୁତ କରୁଛୁଁ,’’ ଲେଖି୍ଛନ୍ତି ଶ୍ରେୟା ।

shreya-ghosala-baby-bump



ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post