ସୁନାର ନୂଆ ଦାମ୍
ଗୁରୁବାର ଦିନ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୪,୫୮୯ ଟଙ୍କାରୁ ୪୪,୩୭୨ ଟଙ୍କାକୁ ଖସି ଆସିଛି । ଏଥି ସହିତ ବୁଧବାର ଦିନ ମଧ୍ୟ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ହ୍ରାସ ପାଇଥିଲା ।
ରୂପାର ନୂଆ ଦାମ୍
ଦିଲ୍ଲୀର ସରଫା ବଜାରରେ ରୂପା ଦାମ୍ ପ୍ରତି କିଲୋଗ୍ରାମ ୬୭,୮୧୫ ଟଙ୍କାରୁ ରେ ୬୬,୫୯୮ ଟଙ୍କାକୁ ଖସି ଆସିଛି । ବୁଧବାର ଦିନ ସରଫା ବଜାରରେ ରୂପା ଦାମ୍ ପ୍ରତି କିଲୋଗ୍ରାମରେ ୬୦୨ ଟଙ୍କା ବୃଦ୍ଧି ପାଇଥିଲା ।
ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଗତ ବର୍ଷ ସୁନା ୨୮ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଦୀର୍ଘ ସମୟ ପାଇଁ ନିବେଶ କରିବାକୁ ଯୋଜନା କରୁଛନ୍ତି । ତେବେ ସୁନା ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ସୁନା ଦରରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ MCX ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୪,୫୦୦-୪୫୮୦୦ ସ୍ତରରେ ରହିପାରେ | ଏହାର ଅର୍ଥ ହେଉଛି ଏହାର ଦାମ୍ ୪୫ ହଜାର ଟଙ୍କାରୁ କମ୍ ହେବାର ସମ୍ଭାବନା ନାହିଁ ।