ମଟନ୍ ହାଲିମ୍ ପାଇଁ ଆବଶ୍ୟକ ସାମଗ୍ରୀ
- ମଟନ୍
- ବୁଟ ଏବଂ ମୁଗ ଡାଲି
- ଗହମ
- ଘିଅ
- ଲବଙ୍ଗ
- ଜାୟତ୍ରୀ
- ଗୁଜୁରାତି
- ଅଦା ଓ ରସୁଣ ବଟା
- ପିଆଜ
- ତେଜପତ୍ର
- କେଶର
- ବଟା କଞ୍ଚାଲଙ୍କା
- ଲୁଣ
ମଟନ୍ ହାଲିମ୍ ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ ବୁଟ,ମୁଗ ଡାଲି ଏବଂ ଗହମକୁ କିଛି ସମୟ ପାଇଁ ବତୁରେଇ ଦିଅନ୍ତୁ।
- କଡ଼େଇରେ ତେଲ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ।
- ଏଥିରେ ଅଦା ଓ ରସୁଣ ବଟାକୁ ପକାଇ ମସଲାକୁ କଷନ୍ତୁ। ମସଲାର ରଙ୍ଗ ହାଲ୍କା ଲାଲ୍ ହେବା ଯାଏ ଏହାକୁ କଷନ୍ତୁ।
- ଏବେ ମଟନ୍ ସହ କଞ୍ଚା ଲଙ୍କା ପେଷ୍ଟ୍, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍ ଅଧା ସିଝିବା ଯାଏ ଏହାକୁ କଷନ୍ତୁ ।
- ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ।
- ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍କୁ କଷନ୍ତୁ।
- ମଟନ୍ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଓହ୍ଲାଇ ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟନ୍ ହାଲିମ୍।