ବନ୍ଧା କୋବି ମାଛ ଚେଁଛେଡା ପାଇଁ ସାମଗ୍ରୀ
- ୧ ଟି ମାଛ ର ମୁଣ୍ଡ ଏବଂ ଲାଞ୍ଜ
- ୨ ଟି ଆଳୁ ସାନ କଟା ଥିବା
- ୨ ଟି ପିଆଜ କଟା ଥିବା
- 1tsp ଅଦା ପେଷ୍ଟ
- 1tsp ରସୁଣ ପେଷ୍ଟ
- 1 small ଟମାଟୋ
- 2tsp ହଳଦୀ ଗୁଣ୍ଡ
- 2tsp ଲଙ୍କା ଗୁଣ୍ଡ
- ବନ୍ଧା କୋବି ୧/୨ କିଲୋ ସାନ କଟା ଥିବା
- 1tsp ମାଛ ମସଲା
- ସୋରିଷ ତେଲ
- ଲୁଣ
- 1 tsp ଗରମ ମସଲା
୧. ପ୍ରଥମେ ମାଛ କୁ ଭଲ ରେ ଧୁଅନ୍ତୁ ଏବଂ ହଳଦୀ, ଲୁଣ ଦେଇ ଗୋଳାନ୍ତୁ
୨. କଡେଇ ରେ ତେଲ ଗରମ କରି ସେଠି ଆଳୁ ଏବଂ ବନ୍ଧା କୋବି କୁ ଭଲ ରେ ଭାଜନ୍ତୁ, ଏବଂ ପାଖରେ ବାହାର କରି ରଖନ୍ତୁ | ସେଇ କଡେଇ ରେ ତେଲ ପକାଇ ମାଛ କୁ ମଧ୍ୟ ଭଲ ରେ ଭାଜନ୍ତୁ !
୩. ବର୍ତମାନ ମାଛ କୁ କାଢି ନିଅନ୍ତୁ ଏବଂ ସେଇ କଡେଇ ରେ ତେଲ ଗରମ କରି ପିଆଜ କୁ ଲାଲ ହେବ ଯାଏ ଭାଜନ୍ତୁ
୪. ସେଇଥିରେ ରସୁଣ, ଅଦା ପେଷ୍ଟ ପକାଇ ଫ୍ରଏ କରନ୍ତୁ ଟିକେ ସମୟ ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପକାଇ ଭଲ ରେ କଶନ୍ତୁ, ଗୋଟେ ଚାମଚ ମାଛ ତରକାରୀ ମସଲା ପକାନ୍ତୁ ଏବଂ ଗୋଳାନ୍ତୁ
୫. ମସଲା ଭଲ ରେ କଷିଲା ପରେ ମାଛ କୁ ପକାନ୍ତୁ ଏବଂ ତାହାକୁ କଶନ୍ତୁ , କିଛି ସମୟ ପରେ ପ୍ରଥମେ ଫ୍ରଏ ଥିବା ଆଳୁ ଏବଂ କୋବି କୁ ମଧ୍ୟ ପକାଇ କଶନ୍ତୁ
୬. କଡେଇ କୁ ଘୋଡେଇ ଦିଅନ୍ତୁ ଏବଂ ଭଲ ରେ ସବୁ ଜିନିଷ ସିଝିବା ଯାଏ ରାଧାନ୍ତୁ, ଦରକାର ଥିଲେ ପାଣି ମଧ୍ୟ ଦିଅନ୍ତୁ | ଏହା ପରେ ଗରମ ମସଲା ପକାଇ ଗୋଳାନ୍ତୁ !
୭. ଆପଣ ନ୍କ ବନ୍ଧା କୋବି ମାଛ ଚେଁଛେଡା ରେଡି