ଟିଭିର ଫେମସ ଅଭିନେତ୍ରୀ ହିନା ଖାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ସେହିପରି ନିକଟରେ ପିତାଙ୍କୁ ହରାଇ ଭାଙ୍ଗିପଡିଥିଲେ ଅଭିନେତ୍ରୀ । ହେଲେ ଏବେ କୋରୋନା ମୁକ୍ତ ହୋଇ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଲାଇଭ୍ ସେଶନ କରିଛନ୍ତି ସେ । ମୁଖ୍ୟ କଥା ହେଲା ଯେ ସେ ଏହି ଲାଇଭ୍ ସେଶନରେ ନିଜ ସ୍ବର୍ଗତ ପିତାଙ୍କ ଟି-ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି।
ସେ ଇନଷ୍ଟାଗ୍ରାମରେ ଲାଇଭ ସେଶନରେ ଜଣାଇଛନ୍ତି ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଆଉ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି । ହେଲେ ଟିକେ ଦୁର୍ବଳ ଅନୁଭବ କରୁଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ଆଉ କିଛି ଦିନ ସମୟ ଲାଗିବ ।