କରୋନା ଯୁଗରେ ଅନେକ ଲୋକ ଏବେ ମଧ୍ୟ ୱାର୍କ ଫର୍ମ ହୋମ କରୁଛନ୍ତି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଇଣ୍ଟରନେଟ ବ୍ୟବହାର ଅଧିକ ହେଉଥାଏ ତେବେ ରିଲାଏନ୍ସ ଜିଓ ଆପଣଙ୍କ ପାଇଁ ଅନେକ ଉନ୍ନତ ପ୍ଲାନ ପ୍ରଦାନ କରୁଛି ।
ବିଶେଷ କଥା ହେଉଛି କମ୍ପାନୀର ପ୍ଲାନ ତାଲିକାରେ ବଜେଟ୍ ମୂଲ୍ୟର ମାଗଣା କଲିଂ ଭଳି ସୁବିଧା ମଧ୍ୟ ଦିଆଯାଇଛି । କେବଳ ଏତିକି ନୁହେଁ, ଅଧିକ ଡାଟା ଓ ଅନ୍ୟାନ୍ୟ ଲାଭ ସହିତ ଅନେକ ପ୍ଲାନଗୁଡ଼ିକର ଦୀର୍ଘ ବୈଧତା ମଧ୍ୟ ରହିଛି । ଆଜି ଆମେ ରିଲାଏନ୍ସ ଜିଓର ଏପରି ଏକ ପ୍ଲାନ ବିଷୟରେ କହୁଛୁ ଯେଉଁଥିରେ ଥରେ ରିଚାର୍ଜ କରି ପ୍ରାୟ ବର୍ଷସାରା ଲାଭ ଉଠାଇ ପାରିବେ ।
ରିଚାର୍ଜ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ
ଜିଓର ୧,୨୯୯ ଟଙ୍କା ରିଚାର୍ଜ ପ୍ଲାନର ବୈଧତା ୩୩୬ ଦିନ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣ ଏହାକୁ ରିଚାର୍ଜ କରିବାକୁ ଚାହାନ୍ତି ତେବେ ଆପଣ ଏହି ପ୍ଲାନକୁ ଜିଓର ୱେବସାଇଟରେ 'Other' କେଟେଗୋରୀରେ ପାଇ ପାରିବେ । ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ସମୁଦାୟ ୨୪ ଜିବି ଡାଟା ପ୍ରଦାନ କରାଯାଉଛି ।
ରିଚାର୍ଜ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ
କେବଳ ଏତିକି ନୁହେଁ ଉପଭୋକ୍ତାମାନେ ମାଗଣାରେ ଲାଇଭ ଆପ୍ସରେ ପ୍ରବେଶ କରିପାରିବେ । କଲିଂ ପାଇଁ, ଜିଓ-ଟୁ-ଜିଓ ଓ ଅନ୍ୟ ସମସ୍ତ ନେଟୱାର୍କକୁ ଏହି ପ୍ଲାନରେ ମାଗଣା କଲିଂର ସୁବିଧା ମଧ୍ୟ ଦିଆଯାଉଛି । ଏହା ସହିତ ଏହି ପ୍ଲାନରେ ୩୬୦୦ SMS ମାଗଣାରେ ଉପଲବ୍ଧ । ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଅସୀମିତ ଭଏସ୍ କଲ୍ ଯୋଗାଇ ଦିଆଯାଉଛି । ଅର୍ଥାତ୍ ଗ୍ରାହକମାନେ ଏହି ପ୍ଲାନକୁ ଥରେ ରିଚାର୍ଜ କରିବେ ଓ ପ୍ରାୟ ଏକ ବର୍ଷ ପାଇଁ ଡାଟା ଓ ମାଗଣା କଲିଂ ବ୍ୟବହାର କରିପାରିବେ ।
ରିଚାର୍ଜ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ