ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଫିଲ୍ମ 'ଦମ୍ ଲଗା କେ ହୈଶା'ର ସନ୍ଧ୍ୟା ଭାବରେ ପ୍ରସିଦ୍ଧ । ଏହି ଭୂମିକାରେ ନିଜ ବଳିଷ୍ଠ ଅଭିନୟ ଯୋଗୁଁ ଭୂମି ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମ ଫେୟାର୍ ପୁରସ୍କାର ଜିତିଥିଲେ । ଭୂମି ସନ୍ଧ୍ୟା ଭୂମିକାରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଅଭିନୟ ସହ ଭୂମି ପେଡନେକର ନିଜକୁ ଏକ ଗ୍ଲାମରସ୍ ଅବତାରରେ ଗଢ଼ିବାକୁ ବି ଚେଷ୍ଟା ଜାରି ରଖିଛନ୍ତି ।
![]() |
Picture: Bhumi Pednekar/Instagram |
ଆଜିକାଲି ସୋସିଆଲ୍ ମିଡି଼ଆରେ ଭୂମିଙ୍କ କିଛି ଗରମାଗରମ୍ ଫଟୋ ଭାଇରାଲ ହେବାରେ ଲାଗିଛି। ଭୂମି ନିଜେ ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍ କରିଛନ୍ତି । ଫଟୋଗୁଡ଼ିକ ଇଣ୍ଟରନେଟରେ ବ୍ୟାପିଯାଇଛି । ଏହି ଫଟୋଗୁଡ଼ିକରେ ଭୂମିଙ୍କ ଗ୍ଲାମରସ୍ ଶୈଳୀ ଦେଖି ତାଙ୍କ ପ୍ରଶଂସକମାନଙ୍କ ହୋଶ୍ ଉଡ଼ିଯାଉଛି!
![]() |
Picture: Bhumi Pednekar/Instagram |
ଭୂମି ପେଡନେକରଙ୍କ ଏହି ଫଟୋଗୁଡ଼ିକୁ ଦେଖି ସ୍ପଷ୍ଟ ହେଉଛି ଯେ ସେ ନିଜକୁ ଗ୍ଲାମରସ୍ କରିବା ପାଇଁ ସବୁ ପ୍ରୟାସ କରିଛନ୍ତି । ଭୂମି ପେଡନେକର ଥରେ ଗଣମାଧ୍ୟମକୁ କହିଥିଲେ ଯେ ସେ ସର୍ବଦା ଏମିତି ଫିଲ୍ମରେ କାମ କରିବାକୁ ଚାହାଁନ୍ତି ଯେଉଁଥିରେ ସେ ଏକ ନୂଆ ଓ ଗ୍ଲାମରସ୍ ଅବତାର ସହିତ ପରୀକ୍ଷା କରିପାରିବେ । ଫ୍ୟାଶନ ପାଇଁ ଭୂମିଙ୍କ କ୍ରେଜ୍ ବି ପ୍ରାୟତଃ ଦେଖାଯାଏ ।
![]() |
Picture: Bhumi Pednekar/Instagram |