ଏହି ଦୁନିଆର ମଣିଷ ନିଜ ଜୀବନରେ ଉଭୟ ଦୁଃଖ ଓ ସୁଖକୁ ଭୋଗ କରିଥାଏ, ଏହାର କିଛି କାରଣ ହେଉଛି ଗ୍ରହ ଓ ନକ୍ଷତ୍ର ମାନଙ୍କ ସ୍ଥିତି ପରିବର୍ତ୍ତନ। ବନ୍ଧୁଗଣ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତି ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହା ଫଳରେ ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ ।
ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ନବବର୍ଷ ରେ ଶୁକ୍ର ନିଜ ରାଶି ପରିବର୍ତ୍ତନ କରିବେ। ଯାହା ଦ୍ଵାରା କିଛି ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ । ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।
କନ୍ୟା ରାଶି- କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଆଗାମୀ ସମୟରେ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି । ଆପଣ ମାନଙ୍କର ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ଆପଣ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ।
ବୃଷ ରାଶି- ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଶୁଭ ଦିନ ଆସିବାକୁ ଯାଉଛି । ଗୋଚର କାଳରେ ଆପଣଙ୍କୁ ମନ ମୁତବାକ ପରିଣାମ ମିଳିବ । ଆପଣଙ୍କ ଭାଗ୍ୟ ବଦଳିଯିବ । ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ ହେବ । ଯଦି ବନ୍ଧୁଗଣ ଆପଣ କୌଣସି ପୁରୁଣା ରୋଗରେ ପୀଡିତ ଅଛନ୍ତି ତା ହେଲେ ଆପଣଙ୍କର ରୋଗ ଜନିତ ସମସ୍ଯା ଦୂର ହେବାକୁ ଯାଉଛି । ବୈବାହିକ ଜୀବନ ସୁଖମୟ ରହିବ ଓ ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ।
ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ବହୁତ ଲାଭବାନ ରହିବେ । ଆପଣଙ୍କ ଜୀବନରେ ଥିବା କିଛି ଗୁରୁତ୍ଵପୂର୍ଣ୍ଣ ସମସ୍ଯା ଦୂର ହେବାକୁ ଯାଉଛି । ବ୍ୟାପାର କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ପ୍ରଚୁର ଲାଭ ମିଳିବ । ଆପଣ ମାନଙ୍କ ଦାମ୍ପତ୍ତ୍ୟ ଜୀବନ ସୁଖମୟ ରହିବ ଓ ଆଗାମୀ ଜୀବନ ଆପଣ ମାନଙ୍କ ପାଇଁ ସମୃଦ୍ଧି ନେଇ ଆସିବ ।